ରାସ୍ତାକଡିଆ ମନ୍ଦିର

0
259
  • ବଳଭଦ୍ର ରଥ

    ବିଭିନ୍ନ ରାସ୍ତାକୁ ମାଡି ବସି ଧର୍ମପୀଠ କିମ୍ବା ମନ୍ଦିର ତିଆରି ବେପାର କରିବା ବର୍ତ୍ତମାନ ଏକ ଭଲ ବ୍ୟବସାୟରେ ପରିଣତ ହୋଇଗଲାଣି । ମନ୍ଦିରଟେ ତିଆରି ଦେଇ ବିଭିନ୍ନ ନାମରେ ଠାକୁର ଓ ଦେବତାମାନଙ୍କୁ ରଖି ସେମାନଙ୍କ ନାଁରେ ବିଭିନ୍ନ ନୀତି ଖଞ୍ଜି ଦିଆଯାଉଛି । ସେସବୁ ନୀତିଗୁଡିକ ମଧ୍ୟରୁ ପ୍ରସାଦ ସେବାକୁ ବର୍ତ୍ତମାନ ଏକ ହୋଟେଲ୍ ବ୍ୟବସାୟରେ ପରିଣତ କରାଯାଉଛି । ପ୍ରାୟତଃ ଅଧିକାଂଶ ଧର୍ମପୀଠ ଗୁଡିକରେ ପ୍ରସାଦ ବା ମହାପ୍ରସାଦ ନାମରେ ବେଶ୍ ଲାଭଜନକ ହୋଟେଲ୍ ବ୍ୟବସାୟ ଚାଲିଛି ।

    ଏସବୁ ଧର୍ମପୀଠଗୁଡିକ ରାସ୍ତାଗୁଡିକ ଉପରେ ଭିଡ ସୃଷ୍ଟି କରିବା ସହ କେତେକ ସ୍ଥାନରେ ପରିବେଶ ପ୍ରଦୂଷଣଜନିତ ସମସ୍ୟା ସୃଷ୍ଟି କରୁଛନ୍ତି । ବେଆଇନ୍ ଭାବେ ବିଜୁଳି ଲାଇନ୍ ନେବା, ପାଣି ପାଇପ୍ କଣା କରି ପାଣି ଲାଇନ୍ ନେବା, ସରକାରୀ ଜାଗାକୁ ମାଡି ମାଡି କଂକ୍ରିଟ୍ ଘର ତିଆରିବା ଆଦି କାମ ଅଧିକାଂଶ ଧର୍ମପୀଠ କରୁଛନ୍ତି । ସେଥିମଧ୍ୟରୁ କେତେକରେ ଇଲେକ୍ଟ୍ରିକ୍ ମୋଟର ଲଗାଇ ଡ୍ରମ୍ ଓ ଝାଞ୍ଜ ପିଟିବା ଭଲି ବାଦ୍ୟଯନ୍ତ୍ର ବ୍ୟବସ୍ଥା ମଧ୍ୟ କରି ଦିଆଗଲାଣି । ରାସ୍ତାରେ ଗଲା ବେଳେ ତାହା କାନ ତାବ୍ଦା କରି ପକଉଚି ।

    ଏସବୁକୁ ଭାଙ୍ଗିବା ପାଇଁ ବିଭିନ୍ନ ବିଚାର ବିଭାଗୀୟ ଅଦାଲତରୁ ନିର୍ଦ୍ଦେଶ ଥିବା ସତ୍ତେ୍ୱ ଏଗୁଡିକ ଭଙ୍ଗାଯାଉ ନାହିଁ । ଏସବୁ ଯୋଗୁଁ ବିଭିନ୍ନ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବାରୁ କୋର୍ଟ ନିର୍ଦ୍ଦେଶକୁ କଠୋର ଭାବେ ପାଳନ କରାଯିବା ଉଚିତ ।

LEAVE A REPLY

Please enter your comment!
Please enter your name here