ସ୍ୱର୍ଗରେ କଳାବାଦଲ ଅଛି, ଯାଇନି

0
434
  • ବଳଭଦ୍ର ରଥ

ପୁଣି ଥରେ ଅଶାନ୍ତ ହୋଇଉଠିଛି ଦେଶର ଭୂସ୍ୱର୍ଗ । ସଂପୂର୍ଣ୍ଣ ଭାବେ ମେଘ ହଟିନି । ସ୍ଥିତି ଫର୍ଚ୍ଚା ହୋଇନି । କଳାବାଦଲ ଅଛି, ଯାଇନି । କର୍ଫ୍ୟୁ କୋହଳ ହୋଇନଥିବା ସ୍ଥଳେ ଗୁଜ୍ଜର ସମ୍ପ୍ରଦାୟର ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣା ଭାରତ ସରକାରଙ୍କୁ ଚେତାବନୀ ସଦୃଶ ସାବ୍ୟସ୍ତ କରାଇଛନ୍ତି ଆତଙ୍କବାଦୀ ଗୋଷ୍ଠୀ । ଧାରା-୩୭୦ ଉଚ୍ଛେଦ ହେବା ପେର ଏହା ପ୍ରଥମ ଆତଙ୍କବାଦୀ ହିଂସାକାଣ୍ଡ । ସୁରକ୍ଷା ମାମଲାରେ ନିଶ୍ଚୟ କେଉଁଠି ନା କେଉଁଠି ତ୍ରୁଟି ରହିଯାଉଛି । ଆତଙ୍କବାଦୀମାନେ ଆସି ଅପହରଣ କରିନେବାରେ କେମିତି ସଫଳ ହେଉଛନ୍ତି-ତାହା ହିଁ ବଡ ପ୍ରଶ୍ନ? ସ୍ଥାନୟୀବାସିନ୍ଦାଙ୍କ ସମର୍ଥନ ରହୁଛି କି ନାହିଁ ତାହା ଗୁଇନ୍ଦା ବିଭାଗକୁ ବିଶ୍ଳେଷଣ ଓ ତଦନ୍ତ କରିବାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ମନେହୁଏ । ପାକ୍ ସମର୍ଥିତ ଆତଙ୍କବାଦୀ କୌଣସି ନା କୌଣସି ଉପାୟରେ ଦେଶ ଭିତରକୁ ପଶି ଆତଙ୍କ ଖେଳାଇବାର ଭୟ ସବୁବେଳେ ସୀମାନ୍ତ ଅଞ୍ଚଳରେ ଲାଗିରହୁଛି । ଏହାକୁ ଦୃଢ ହସ୍ତରେ ଦମନ କରିବାର କଥା କୁହାଯାଉଛି କିନ୍ତୁ ଶତପ୍ରତିଶତ ସଫଳତା ହାସଲ କରିନପାରିବାରେ ଆମର କେଉଁଠି ନା କେଉଁଠି ଦୁର୍ବଳତା ରହିଯାଉଥିବା ସୂଚାଉଛି । ଆମ ସେନା ଓ ସରକାରଙ୍କୁ ଆହୁରି ସତର୍କତା ଅବଲମ୍ବନ କରିବାକୁ ହେବ ।
odishaprint@gmail.com

LEAVE A REPLY

Please enter your comment!
Please enter your name here