ମାନ୍ଦାବସ୍ଥାର ମଳୟ ସିଜିନ୍ ଓ ମାନସିକତା

0
433
  • ବଳଭଦ୍ର ରଥ

ସମ୍ପ୍ରତି ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଅର୍ଥଶାସ୍ତ୍ରୀମାନେ, ବିଶାରଦମାନେ କେତେ କୁଆଡୁ କଣ କହିଲେଣି । ଭାରତର ଅର୍ଥବ୍ୟବସ୍ଥା ରସାତଳଗାମୀ ହୋଇଗଲାଣି, ଆଶା ଓ ଆଶଙ୍କା ଭିତରେ ଗତି କରୁଛି, ଚା’-ବିସ୍କୁଟକୁ ବୁଡାଇ ସାରିଲାଣି ଭଳି ଖବର ସବୁ ଗଗନ ପବନରେ ଉଡି ବୁଲୁଛି । ସରଳ ଭାବରେ କହିବାକୁ ଗଲେ ଏବେ ମାନ୍ଦାବସ୍ଥାର ମଳୟ ସିଜିନ୍ । ତେବେ ତଥାକଥିତ ଅର୍ଥଶାସ୍ତ୍ରୀଙ୍କ ଅର୍ଥଶାସ୍ତ୍ରର କୁପ୍ରଭାବ ଭାରତ ଉପରେ ପଡିବ ନାହିଁ ବୋଲି ସରକାର କହୁଛନ୍ତି । ତେଣୁ ବର୍ତ୍ତମାନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିତିକୁ ମାନ୍ଦାବସ୍ଥା ବୋଲି କୁହାଯିବ ନା ଆର୍ଥିକ ଶିଥିଳତା ବୋଲି କୁହାଯିବ-ଏ ପ୍ରଶ୍ନ ବ୍ୟବସ୍ଥାକୁ ଟିକେ ବୁଝିପାରୁଥିବା ଲୋକ ଭାବୁଛନ୍ତି ।

ନିକଟରେ ଇନ୍ଫୋସିସର ପ୍ରତିଷ୍ଠାତା ଏନ୍. ନାରାୟଣମୂର୍ତ୍ତିୀ ଏକ ସଭାରେ କହିଛନ୍ତି କି ବିଗତ ୩୦୦ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଅର୍ଥନୀତି ଉପରେ ବିଶ୍ୱାସ ଓ ଭରସା କରିହେବ । ଏହା କିଛି ଅର୍ଥଶାସ୍ତ୍ରୀଙ୍କୁ ତ ଶକ୍ତ ଚାପୁଡା ଭଳିଆ । ସେପଟେ ଭାରତର ଅର୍ଥନୀତି ୫ ଟ୍ରିଲିୟନରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଉଛନ୍ତି । ଭାରତୀୟ ଅର୍ଥନୀତି ବା ଅର୍ଥବ୍ୟବସ୍ଥାର ବାହକ ଯେଉଁମାନେ ସେମାନେ ଆଶାବାଦୀ ହୋଇଉଠିଛନ୍ତି । ଅଥଚ ଏତକ ନିଶ୍ଚିତ ଭାବେ କୁହାଯାଇପାରେ ଦେଶବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ବର୍ତ୍ତମାନର ସମୟରେ ସରକାରଙ୍କ ପାଇଁ ବିରାଟ ଚ୍ୟାଲେଞ୍ଜ୍ । ପ୍ରଥମ କଥା ହେଲା ଦେଶ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସବୁବେଳେ ଅନ୍ୟ ଦେଶଗୁଡିକ ଉପରେ ନିର୍ଭର କରିବା ଅର୍ଥନୀତି ପାଇଁ ପ୍ରତିବନ୍ଧକ ସାଜୁଛି ।
ଟିକେ ନିରିଖେଇ ଦେଖିଲେ ଲାଗେ ଆମେ ସବୁବେଳେ ଅନ୍ୟ ଉପରେ ନିର୍ଭର କରିବାରେ ଅଭ୍ୟସ୍ତ । ଆମେ ମୋଟିମୋଟି ଅନେକ କ୍ଷେତ୍ର ଉପରେ ଯେତେବେଳେ ପର ଉପରେ ନିର୍ଭରଶୀଳ, ସେତେବେଳେ ଆମର ଆର୍ଥିକ ଅର୍ଥନୀତିକ ସ୍ୱାଧୀନତା ଆସିବ କୁଆଡୁ ? ଏଥିପାଇଁ ପ୍ରାଥମିକ ଭାବେ ପ୍ରଚଳିତ ଦେଶର ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଲୋଡା । ଯେଉଁ ଦେଶରେ ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକିରି କରିବା ହେବ, ସେ ଦେଶ କେବଳ ଭଲ ଚାକର ହିଁ ପ୍ରସ୍ତୁତ କରିପାରିବ । କିନ୍ତୁ ଦେଶର ଅର୍ଥନୀତିକୁ ଆଗକୁ ନେବାକୁ ହେଲେ ଛୋଟ ବଡ ମାଲିକ ହେବା, ବଡ ବଡ ଚାକର ହେବା ଠାରୁ ବରଂ ଭଲ ବୋଲି ବିଚାର କରାଯାଇପାରେ । କିନ୍ତୁ ଆମ ସମସ୍ତଙ୍କର ମାସିକତାରେ କଣ ଏଯାଏଁ ପରିବର୍ତ୍ତନ ଆସିଲାଣି ?

                                                                                               odishaprint@gmail.com

LEAVE A REPLY

Please enter your comment!
Please enter your name here