ବିଦେଶୀ ବର୍ଜନ-ସ୍ୱଦେଶୀ ଅର୍ଜନ

0
413
  • ବଳଭଦ୍ର ରଥ

କାଶ୍ମୀର ପ୍ରସଙ୍ଗରେ ଚୀନ୍, ପାକିସ୍ତାନକୁ ସମର୍ଥନ ଦେବା ପରେ ଦେଶରେ ଚୀନ୍ ନିର୍ମିତ ସାମଗ୍ରୀର ବର୍ଜନ ପାଇଁ କେତେକ ସଂଗଠନ ଆହ୍ୱାନ ଦେଉଛନ୍ତି । କିନ୍ତୁ ଏହା କ’ଣ ପ୍ରକୃତରେ ସମ୍ଭବ? ଉତ୍ତର ମଧ୍ୟ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରୁଛି ଯେ ଆମ କ’ଣ ଦେଶ ପାଇଁ ଏତିକି କରିପାରିବା ନାହିଁ ? ଆମ ଦେଶର ଅଧିକାଂଶ ନାଗରିକ ଗରିବ ଓ ଆର୍ଥିକ ଭାବେ ଅନଗ୍ରସର । ତେଣୁ ଚୀନ୍ ସାମଗ୍ରୀ ଶସ୍ତା ହୋଇଥିବାରୁ ଆମ ଲୋକମାନେ ସହଜରେ ତାକୁ ଆପଣେଇ ନେଉଛନ୍ତି । କିନ୍ତୁ ଏହାର କିଛି ବିକଳ୍ପ ଭାରତରେ ନଥିବାରୁ ଚୀନ୍ର ସାମଗ୍ରୀକୁ ଦୂରେଇ ଦେଇ ହେଉ ନାହିଁ ।
ଗୋଟିଏ ଜିନିଷ ବନ୍ଦ କରିବା ପାଇଁ କହିବା ବେଳେ ଏହାର ବିକଳ୍ପ ମଧ୍ୟ ମହଜୁଦ୍ କରାଇବା ନିହାତି ଆବଶ୍ୟକ । ବିଦେଶୀ ବର୍ଜନ ଚିନ୍ତାଧାରା ସ୍ୱାଧୀନତା ସଂଗ୍ରାମର ଏକ ମୁଖ୍ୟ ଅଙ୍ଗ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଦେଶ ନିଜେ ହିଁ ସ୍ୱୟଂସମ୍ପୂର୍ଣ୍ଣ ହୋଇ ଉଠିପାରିନାହିଁ । ଚୀନ୍ ଜିନିଷର ଚୋରା ବ୍ୟବହାର ଆମ ଦେଶରେ ଅଧିକ ଦେଖାଦେଉଛି । ‘ବିଦେଶୀ ଜିନିଷକୁ ବର୍ଜନ କର’ ବୋଲି ଖାଲି କହିଦେଲେ ସମସ୍ୟାର ସମାଧାନ ହେବ ନାହିଁ । ବାସ୍ତବ କ୍ଷେତ୍ରରେ ଦେଶବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ଭଳି ଉନ୍ନତ ଜ୍ଞାନକୌଳ ପ୍ରୟୋଗ କରି ଦେଶକୁ ସ୍ୱାବଲମ୍ବୀ କରିବା ଦିଗରେ ଆନ୍ତରିକତା ଦେଖାଇବାକୁ ହେବ । ‘ବିଦେଶୀ ବର୍ଜନ’ର ବୈକଳ୍ପିକ ବ୍ୟବସ୍ଥା ବା ପନ୍ଥା ଆପଣାଇଲେ ହିଁ ସ୍ୱଦେଶୀ ଅର୍ଜନ ହୋଇପାରିବ ।

                                                                                              odishaprint@gmail.com

LEAVE A REPLY

Please enter your comment!
Please enter your name here