ପ୍ରଶଂସା କଲେ କାଳ

0
388
  • ବଳଭଦ୍ର ରଥ

    ନିକଟରେ କଂଗ୍ରେସ କିଛି ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ଗାନ କରିଥିଲେ । ଯାହାକୁ ନେଇ କଂଗ୍ରେସ ମହଲରେ ତୀବ୍ର ବିରୋଧାଭାଷ ସୃଷ୍ଟି ହୋଇଥିଲା । ଏଥିରେ ଆଗରେ ରହିଥିଲେ ବରିଷ୍ଠ ନେତା ଶଶି ଥରୁର୍ । ଏବେ ତାଙ୍କୁ କେରଳ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଇ ନୋଟିସ୍ ଜାରି କରାଯାଇଛି । ତେବେ କଥା ଉଠୁଛି ଶଶି ଥରୁର୍ କଣ କିଛି ଭୁଲ କହିଥିଲେ କି? ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ କୌଣସି ଭଲ କାମ କରୁଛନ୍ତି ତାର ପ୍ରଶଂସା କରାଯିବା ଉଚିତ୍ କହିଥିଲେ ଶ୍ରୀ ଥରୁର୍ । କିନ୍ତୁ ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହେବାର କାରଣ କ’ଣ ? ବିରୋଧୀ ଦଳମାନେ କଣ ସବୁଥିରେ ବିରୋଧ, ଭଲ କଲେ ବିରୋଧ ବା ଖରାପ କଲେ ବିରୋଧ ! ଏହା ଆଦୌ ଉନ୍ନତିର ଲକ୍ଷଣ ହୋଇପାରେନା ।
    ଫୁଲଟିଏ ଫୁଟିଲେ ଯେପରି ତାର ସୌରଭ ଚତୁର୍ଦ୍ଦିଗରେ ମହକି ଉଠେ, ଠିକ୍ ସେହିପରି କୌଣସି ଭଲ କାମକୁ ସମସ୍ତେ ପ୍ରଶଂସା କରିଥାଆନ୍ତି । କିନ୍ତୁ ଏସବୁକୁ ରାଜନୀତିକ ଚଷମାରେ ଦେଖିବା ହେତୁ ପରିସ୍ଥିତି ଗୋଳମାଳିଆ ହୋଇଯାଉଛି । ଯାହାକି ଆମ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ କେବେ ବି ଶୁଭଙ୍କର ନୁହେଁ । ଜଣେ ବିରୋଧୀ ଦଳର ନେତା କ’ଣ ଆଉ ଜଣେ ଶାସକ ଦଳର ନେତାଙ୍କୁ ତାଙ୍କ ଭଲ କାମ ପାଇଁ ପ୍ରଶଂଶା କରିବା ଭୁଲ? ଏହା କଂଗ୍ରେସ ଦଳ ବିଚାର କରିବା କଥା । ଗୋଟିଏ ଦଳ ଯଦି ସଂକୀର୍ଣ୍ଣତା ଭିତରେ ବୁଡି ରହି ନିଜେ ହିଁ ନିଜର ବିନାଶ କରିବ, ତେତେ ତାକୁ ରକ୍ଷା କରିବ କିଏ ?

    odishaprint@gmail.com

LEAVE A REPLY

Please enter your comment!
Please enter your name here