ପ୍ରତିଭା ପ୍ରୋତ୍ସାହନକୁ ଅପେକ୍ଷା କରେନି

0
485
  • ବଳଭଦ୍ର ରଥ

    ପ୍ରତିଭା କେବେହେଲେ ଅନୁକୂଳ ପରିବେଶକୁ ଅପେକ୍ଷା କରେ ନାହିଁ । ବିଭିନ୍ନ ପ୍ରକାରର ତାଲିମ୍ ନେଇ ପ୍ରତିଭାର ବିକାଶ କରାଯାଉଥିବା ସ୍ଥଳେ ଆଉ କେତେକ ସ୍ଥଳରେ ଜନ୍ମଜାତ ଗୁଣ ନେଇ ପ୍ରତିଭା ଆସିଥାଏ । ଶିଶୁ ଧାବକ ବୁଦ୍ଧିଆ ସିଂ, ଜିତ୍ରେନ୍ଦ୍ରୀୟ ହରିପାଲ, ଅରବିନ୍ଦ ମୁଦୁଲି ଆଦି ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଏହି ଭଳି ଗୋଟିଏ ଗୋଟିଏ ଜନ୍ମଗତ ଗୁଣ ନେଇ ନିଜର କଳାକୁ ସମାଜରେ ବିକଶିତ କରାଇ ପ୍ରତିଷ୍ଠା ଲାଭ କରିଛନ୍ତି । କୌଣସି ଗୁରୁଙ୍କ ଠାରୁ ଏମାନେ ଶିକ୍ଷାଗ୍ରହଣ କରିନାହାନ୍ତି କିନ୍ତୁ କଳାଜଗତରେ ଜିତ୍ରେନ୍ଦୀୟ ହରିପାଲ, ଅରବିନ୍ଦ ମୁଦୁଲି ଜଣେ ଜଣେ ଗୁରୁ ଭାବେ ପ୍ରତିଷ୍ଠିତ ହୋଇଯାଇଛନ୍ତି ।
    ଆଜି କଣ୍ଠସ୍ୱର କ୍ଷେତ୍ରରେ ରାନୁ ମଣ୍ଡଳ ସେହିଭଳି ଏକ ପ୍ରତିଭା ଯିଏ କି ରେଳ ଷ୍ଟେସନରେ ବୁଲି ବୁଲି ଗୀତ ଗାଉଥିବା ଜଣେ ଅସହାୟ ମହିଳା ଏବେ ବଲିଉଡ୍ର ତାରକା ହେବାକୁ ଯାଉଛନ୍ତି । ତାଙ୍କ ଚେହେରା, ବୟସ ଏବଂ ଶରୀରର ଆଭୂଷଣ ଦେଖି କେହି କେବେହେଲେ ତାଙ୍କ କଣ୍ଠସ୍ୱରର ମୂଲ୍ୟାୟନ କରିପାରିବ ନାହିଁ । କିନ୍ତୁ ଆଜି ଅବହେଳିତ ରାନୁ ମଣ୍ଡଳଙ୍କର କଣ୍ଠସ୍ୱର ସମଗ୍ର ସୋସିଆଲ ମିଡିଆକୁ ଗ୍ରାସ କରିଗଲାଣି । ଏଭଳି ଏକ ପ୍ରତିଭାକୁ ଚଳଚ୍ଚିତ୍ର ଜଗତ ସ୍ୱତଃ ନିମନ୍ତ୍ରଣ କରିବାକୁ ବସିଲାଣି । ଜୀବନ ପ୍ରତିବନ୍ଧକକୁ ଖାତିର୍ କରେ ନାହିଁ କିମ୍ବା ପ୍ରତିଭା ପ୍ରୋତ୍ସାହନକୁ ଅପେକ୍ଷା କରେ ନାହିଁ । ଏକଥା ଆଜି ରାନୁ ମଣ୍ଡଳ ପ୍ରମାଣିତ କରିଦେଇଛନ୍ତି ।
    odishaprint@gmail.com

LEAVE A REPLY

Please enter your comment!
Please enter your name here