ଘୋଷଣା ହେଉ ହେଉ ବିରୋଧ ?

0
574
  • ବଳଭଦ୍ର ରଥ

ଦିନକ ତଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ର ମହାମିଶ୍ରଣ ଘୋଷଣା କରିଥିଲେ । କିନ୍ତୁ ଘୋଷଣାରେ କେଇ ଘଣ୍ଟା ନ ପୁରୁଣୁ ବ୍ୟାଙ୍କ କର୍ମଚାରୀ ଏହି ମହାମିଶ୍ରଣକୁ ବିରୋଧ କରି ଆନ୍ଦୋଳନ ଓ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ବାହାରି ପଡିଲେ । ଦେଶର ଅଭିବୃଦ୍ଧି ତଥା ବ୍ୟାଙ୍କିଙ୍ଗ୍ କାରବାରରେ ତୀବ୍ରତା ଆଣିବା ଘେନି ଭାରତ ସରକାର ଏଭଳି ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୧୦ଟି ବ୍ୟାଙ୍କକୁ ମିଶାଇଲା ପରେ ଏବେ ସମୁଦାୟ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ରହିବ । କିନ୍ତୁ ବ୍ୟାଙ୍କ କର୍ମଚାରୀ ସରକାରଙ୍କୁ ବିରୋଧ କରିବାର କାରଣ କଣ ରହିଛି ତାହା ସ୍ପଷ୍ଟ ଜଣାପଡୁନାହିଁ । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଏହାଦ୍ୱାରା କଣ ନିଯୁକ୍ତିରେ କ୍ଷତ ସୃଷ୍ଟି ହେବ କି ?
ବ୍ୟାଙ୍କକୁ ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କି ? କିନ୍ତୁ ଦେଶର ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଦେଖାଦେଇଥିବା ଅବ୍ୟବସ୍ଥା ପାଇଁ କେବଳ ସରକାରଙ୍କୁ ଦୋଷ ଦେବା କେତେଦୂର ଠିକ୍ ତାହା ବ୍ୟାଙ୍କିଙ୍ଗ୍ ସଂସ୍ଥା ଗୁଡିକ ବୁଝିବା କଥା । କୌଣସି ପଦକ୍ଷେପର ସାମଗ୍ରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିବାର କଥା । ଜନସାଧାରଣଙ୍କୁ ଉନ୍ନତ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବା କ୍ଷେତ୍ରରେ ଆମ ବ୍ୟାଙ୍କମାନଙ୍କର ବି ଅବହେଳା ରହୁଛି । କିନ୍ତୁ ପୁଞ୍ଜିପତିମାନେ ବ୍ୟାଙ୍କ୍ ମାନଙ୍କର ଜୋଇଁପୁଅ ପାଲଟି ଯାଇଛନ୍ତି । ଆଉ ଏନପିଏ ବୋଝ ଏହିମାନଙ୍କର ସର୍ବାଧିକ ରହୁଛି । ସେତେବେଳକୁ ସରକାର ସାହାଯ୍ୟ କରିବେ । କିନ୍ତୁ ଏବେ ଓଲଟା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କ’ଣ ପାଇଁ?

odishaprint@gmail.com

LEAVE A REPLY

Please enter your comment!
Please enter your name here