ଖସିଗଲା ସ୍ଥିତି ତଳକୁ ତଳକୁ

0
432
  • ବଳଭଦ୍ର ରଥ

    ରସାତଳଗାମୀ ହେଲାଣି ଆମ ଦେଶର ଅର୍ଥବ୍ୟବସ୍ଥା । ୬ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଯାଇଛି ଦେଶର ଅଭିବୃଦ୍ଧି । ୧୮ ମାସ ହେଲାଣି ଦେଶରେ ମାନ୍ଦାବସ୍ଥା ଲାଗିରହିଛି । ସରକାର ପ୍ରାଥମିକ ଅବସ୍ଥାରେ ଏହାକୁ ଅସ୍ୱୀକାର କରିଚାଲିଥିଲେ । କିନ୍ତୁ ପରିସ୍ଥିତି ଯେତେବେଳେ ଅଣାୟତ୍ତ ହେବା ପରେ ମାନ୍ଦାବସ୍ଥା କଥା ମାନିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ବ୍ୟାଙ୍କ୍ ଜାଲିଆତି ୨୦୧୮-୧୯ ଆର୍ଥିକ ବର୍ଷରେ ୧୫ ପ୍ରତିଶତ ବୃଦ୍ଧି ହେବା ଦେଶର ଅର୍ଥବ୍ୟବସ୍ଥା ପ୍ରତି ବିପଦ ଦେଖାଦେଇଛି । ଏହାର ମୁକାବିଲା ପାଇଁ ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିବାକୁ ଘୋଷଣା କରିଛନ୍ତି । ପୂର୍ବରୁ ୨୭ଟି ବ୍ୟାଙ୍କ ପରିବର୍ତ୍ତେ ଏଣିକି କେବଳ ୧୨ଟି ବ୍ୟାଙ୍କ ରହିବ । ସରକାର ବ୍ୟାଙ୍କକୁ ୫୫ ହଜାର କୋଟିର ପ୍ୟାକେଜ୍ ଦେବେ । ଏହା ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବ ବୋଲି ସରକାର ଆଶା ବାନ୍ଧିଛନ୍ତି ।
    ଅନ୍ୟପଟେ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଚଳୁ କରିଦେଉଛନ୍ତି ତଥାକଥିତ ଋଣ ଖିଲାପି ପୁଞ୍ଜିପତି ଓ କିଛି ଅସାଧୁ ବ୍ୟାଙ୍କ କର୍ମଚାରୀ । ଏଥିପ୍ରତି ସରକାରଙ୍କ ନିୟମକାନୁନର କୌଣସି ପ୍ରଭାବ ଦେଖାଯାଉନାହିଁ । ଆହୁରି ମଧ୍ୟ ରିଜର୍ଭ୍ ବ୍ୟାଙ୍କ୍ ପାଖରେ ମହଜୁଦ୍ ଅର୍ଥର ପରିମାଣ ସଂକୁଚିତ ହୋଇଛି । ଜରୁରୀ ପରିସ୍ଥିତିରେ କିଭଳି ଭାବେ ମୁକାବିଲା କରାଯିବ ତାହା ସଂଶୟ ସୃଷ୍ଟି କରୁଛି । ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହିତ ରାଜସ୍ୱ ସୃଷ୍ଟି ପ୍ରତି ସରକାର ଆଉ କି ପଦକ୍ଷେପ ନେଉଛନ୍ତି ତାହା ହିଁ ବର୍ତ୍ତମାନର ବଡ ପ୍ରଶ୍ନ ଓ ଆହ୍ୱାନ ।

    odishaprint@gmail.com

LEAVE A REPLY

Please enter your comment!
Please enter your name here