ଆମର କିନ୍ତୁ ସମ୍ଭବ ନୁହଁ

0
469
  • ବଳଭଦ୍ର ରଥ

ବିହାରରେ ମଦ ପରେ ଏବେ ପାନମସଲା ଓ ଗୁଟୁଖା ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନୀତିଶ ସରକାର । କିଛି ବର୍ଷ ତଳେ ନୀତୀଶ କୁମାର ମଦ ବ୍ୟାନ କରି ଦେଶର ବଳକା ରାଜ୍ୟଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ମଦ ସାମାଜିକ ସଂହତିକୁ ବିପନ୍ନ କରିବା ସହିତ ପରିବାରର ଭବିଷ୍ୟତକୁ ମଧ୍ୟ ଅନ୍ଧାର ଭିତରକୁ ଠେଲି ଦେଉଥିଲା । ଏକ ଶାନ୍ତିପ୍ରିୟ ହିଂସା ମୁକ୍ତ ସମାଜ ଗଠନରେ ନୀତୀଶ ବାବୁଙ୍କ ମଦମୁକ୍ତ ବିହାର ଅନେକ ସଫଳତା ହାସଲ କରିଛି । ଏବେ ପାନମସଲା, ଗୁଟୁଖା ବ୍ୟାନ୍ ହେବା ବିହାରବାସୀଙ୍କ ପାଇଁ ଖୁସି ଖବର । ପାନମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାର୍ବୋନେଟ୍ ରହିଥିବା ନେଇ ଯାଞ୍ଚ୍ ବେଳେ ଜଣାପଡିଥିଲା । ଏହା ହୃଦରୋଗ ଏବଂ ଆକ୍ୟୁଟ୍ ହାଇପର୍ ମାଗ୍ନେସିୟା ପରି ଉକ୍ରଟ ରୋଗ ସୃଷ୍ଟି କରିଥାଏ । ତେଣୁ ବିହାର ସରକାର ଏପରି କଡା ନିର୍ଣ୍ଣୟ ନେଇ ରାଜ୍ୟକୁ ସକଳ ବିପଦରୁ ମୁକ୍ତ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ଏପରି ନିଷ୍ପତ୍ତି କ’ଣ କେବଳ ବିହାର ଭିତରେ ହିଁ ସୀମିତ ରହିଯିବ? ଆମ ରାଜ୍ୟରେ ତି ମଦ ବେପାରୀଙ୍କୁ ପୁରଷ୍କାର ଦେବାର କଥା କହୁଛନ୍ତି ସରକାର । ଆମ ଓଡିଶାରେ ମଦ ବ୍ୟାନ୍ ହୋଇନି । ଆଉ ପାନମସଲା, ଗୁଟୁଖା ବିକ୍ରି ବନ୍ଦ କଣ ସମ୍ଭବ ?

odishaprint@gmail.com

LEAVE A REPLY

Please enter your comment!
Please enter your name here