ଆପଣଙ୍କ ସାଧନାର ସ୍ତର କଣ ସବୁ ଏତକ ?

0
291

ବଳଭଦ୍ର ରଥ

ଅଳ୍ପଦିନ ଭିତରେ ଦେଶର ଅନେକ ରାଷ୍ଟ୍ରନୀତିଜ୍ଞଙ୍କୁ ହରେଇଲାଣି । ଅଟଳବିହାରୀ ବାଜପେୟୀ, ଅନନ୍ତ କୁମାର, ମନୋହର ପାରିକର୍, ସୁଷମା ସ୍ୱରାଜ, ଅରୁଣ ଜେଟଲୀଙ୍କ ଭଳି ଭାରତୀୟ ରାଜନୀତିରେ ସବୁକାଳ ସମ୍ମାନନୀୟ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ହୋଇଛି । ଏହା ନିଶ୍ଚିତ ଭାବେ ଦେଶ ପାଇଁ ଅପୂରଣୀୟ କ୍ଷତି । ନିଜ ଜୀବନକାଳ ମଧ୍ୟରେ ସେମାନଙ୍କ କାର୍ଯ୍ୟାବଳୀ କାଳ କାଳ ପାଇଁ ଅନୁକରଣୀୟ, ରାଷ୍ଟ୍ର ପାଇଁ ଆଦର୍ଶ ସ୍ଥାନୀୟ । ସ୍ଥୂଳ ଭାବେ ଦେଖିବାକୁ ଗଲେ ଏ ସମସ୍ତ ରାଜନେତା ଗୋଟିଏ ଦଳକୁ ପ୍ରତିନିଧିତ୍ୱ କରୁଥିଲେ ସୁଦ୍ଧା ଏମାନେ ଥିଲେ ଦଳରୁ ଉଦ୍ଧ୍ୱର୍ରେ । ତେଣୁ ଦେଶର ସବୁ ଦଳ ଏବଂ ସାଧାରଣ ଜନତା ଏଭଳି ବ୍ୟକ୍ତିତ୍ୱଙ୍କ ସମ୍ମାନ କରୁଥିଲେ, ଜ୍ଞାନଗରିମା ଓ ପରାକାଷ୍ଠାକୁ ମୁକ୍ତକଣ୍ଠରେ ସ୍ୱୀକାର କରୁଥିଲେ । ସେମାନେ ଜନନାୟକ । ସେମାନଙ୍କ ଲୋକପ୍ରିୟତା ଅମର ରହିବ ।
ହେଲେ ଏବେ ସାଧ୍ୱୀ ପ୍ରଜ୍ଞା କହିଛନ୍ତି ଯେ ବିପକ୍ଷ ଦଳ ଗୁଣିଗାରେଡି ପ୍ରୟୋଗ କରି ଆମ ଦଳର ନେତାଙ୍କ ନିଧନ କରାଇ ଦେଇଛନ୍ତି । ସାଧ୍ୱୀ ପ୍ରଜ୍ଞା ମହାଶୟା ଏପରି ମନ୍ତବ୍ୟ ଦେବା ବାସ୍ତବରେ ଶୋଭନୀୟ ନୁହେଁ । ଗୋଟିଏ ପଟେ ‘ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଅତ୍ୟାଧୁନିକ ଜ୍ଞାନକୌଶଳରେ ଭାରତ ବିଶ୍ୱର ନେତୃତ୍ୱ ନେବ ବୋଲି ଭାରତ ବଦ୍ଧପରିକର’ ବୋଲି ଶୁଣିବାକୁ ମିଳୁଥିବା ବେଳେ, ଅନ୍ୟପଟେ ଆପଣଙ୍କ ଏ ପ୍ରକାର ମନ୍ତବ୍ୟ ଶୁଣିବାକୁ ହିଁ ଆଦୌ ଭଲ ଲାଗୁନାହିଁ । ଆପଣ ନିଜେ ହିଁ ବିଚାର କରନ୍ତୁ ଜଣେ ନୀତି ନିର୍ଦ୍ଧାରକ ହୋଇ ଆପଣ ଲୋକଙ୍କ ମାନସିକତାକୁ ପରିବର୍ତ୍ତନ କରିବେ ନା ଏ ପ୍ରକାର ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବେ । ସାଧ୍ୱୀ ନାମର ଯଥାର୍ଥତା ଅନ୍ତତଃପକ୍ଷେ ଆପଣଙ୍କ ଆଚରଣରେ ପ୍ରତିଫଳିତ ହେଉ ।

odishaprint@gmail.com

LEAVE A REPLY

Please enter your comment!
Please enter your name here